ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲଓ୍ଵାମା ଆକ୍ରମଣକୁ ବର୍ଷ ପୂରିଯାଇଛି। ଆଜିର ଦିନରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କୁ ଝୁରୁଛନ୍ତି ଦେଶବାସୀ। ସେହିପରି ଓଡ଼ିଶାରୁ ସହିଦ ହୋଇଥିବା ଦୁଇ ଜଣ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ଅମରେଶ୍ଵର ଉଚ୍ଚ ବିଦ୍ୟାଳୟ ଓ ନିମାପଡ଼ା କଲେଜରେ ସ୍ମୃତିସଭାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସିଆରପିଏଫ ଡିଆଜି ଶ୍ରୀରାମ ଚନ୍ଦନ, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵଜିତ ଘୋଷ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ଅମରେଶ୍ଵର ଉଚ୍ଚବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ମନୋଜ ବେହେରାଙ୍କ ନାମରେ ନାମିତ କରାଯିବାକୁ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ। ସେହିପରି ଆଜିର ଦିନକୁ ମନେରଖିବାକୁ ବିଦ୍ୟାଳୟ ବାର୍ଷିକ ଉତ୍ସବକୁ ସହିଦ ଦିବସ ଭାବେ ପାଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାସହ ସହିଦ ମନୋଜଙ୍କ ଗାଁ ରତନପୁର ଘର ସମ୍ମୁଖରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ମୂର୍ତ୍ତିରେ ସିଆରପିଏଫ ଡିଆଇଜି ଶ୍ରୀରାମ ଚନ୍ଦ୍ରନ ପୁଷ୍ପମାଲ୍ୟ ଅର୍ପନ କରିବା ସହ ବନ୍ଧୁ ଭାବେ ମନୋଜଙ୍କ ପରିବାର ବାପା ମାଆଙ୍କ ସହ ସବୁ ବେଳେ ସାଥି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Comment