ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଆଇଟିଆଇ ଛାତ୍ରଙ୍କ ନୂଆ ଉଦ୍ଭାବନ। ଛାତ୍ର ଜଣକ ଉଦ୍ଭାବନ କରିଥିବା ଯନ୍ତ୍ରର ନାଁ “ଇଲେକ୍ଟ୍ରିକାଲ୍ ଫେଜ୍ ଡିଟେକ୍ଟର୍”। ଏହି ଯନ୍ତ୍ର ଦ୍ଵାରା ତାର ଓ ବୋର୍ଡରେ କରେଣ୍ଟ ପ୍ରବାହ ହେଉଛି ନା ନାହିଁ ସହଜରେ ଜାଣି ହେବ। ଏହାକୁ ଉଦ୍ଭାବନ କରିଥିବା ଛାତ୍ର ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଗୋପବନ୍ଧୁ ଆଇଟିଆଇର ରଞ୍ଜନ କୁମାର।

ଏହି ଟୁଲ୍ ଦ୍ଵାରା ଇନ୍‌ସଲେଟରକୁ ନହଟେଇ ତାର ଓ ବୋର୍ଡରେ କରେଣ୍ଟ ପ୍ରବାହ ହେଉଛି କି ନାହିଁ ତାହା ସହଜରେ ଜାଣିହେବ। କରେଣ୍ଟ କେଉଁ ତାରରେ ପ୍ରବାହିତ ହଉଛି ଏବଂ କେତେ ମାତ୍ରାରେ ପ୍ରବାହିତ ହେଉଛି ତାହା ସହଜରେ ଏହି ମେସିନରେ ଜାଣିହେବ।  ଏହି ଯନ୍ତ୍ରଗୁଡ଼ିକର ଦାମ୍‌ ମାର୍କେଟରେ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ହେଲେ ରଞ୍ଜନ ତିଆରି କରିଥିବା ଏହି ୟନ୍ତ୍ରର ଦାମ୍‌ ୫୦ ଟଙ୍କାରୁ ୬୦ ଟଙ୍କା ରଖିଛନ୍ତି।

ସାଧାରଣ ଟେଷ୍ଟରରେ ଯଦି କୌଣସି ବ୍ୟକ୍ତି ବିନା ଜୋତାରେ ଥାଏ ତେବେ ତାଙ୍କୁ କରେଣ୍ଟ ମାରିବାର ସମ୍ଭାବନା ଥାଏ। କିନ୍ତୁ ଏହି ଟେଷ୍ଟର ପୂର୍ଣ୍ଣ ଭାବେ ସୁରକ୍ଷିତ ଅଟେ। ରଞ୍ଜନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ଆଗକୁ ସେ ଉନ୍ନତ ଯନ୍ତ୍ରପାତି କରିପାରିବେ ବୋଲି ସାଧାରଣରେ ଦାବି ହେଉଛି।

Comment