ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁରସ୍ଥିତ ବିନାୟକ କଲେଜ ନିକଟରେ ଆଜି ଏକ ଅଜଣା ନବଜାତ କନ୍ୟା ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଜନ୍ମ ହେବା ପରେ କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ପ୍ରଥମେ ସ୍ଥାନୀୟ ଲୋକ ଶିଶୁଟିର ମୃତଦେହକୁ ଦେଖିଥିଲେ। ପରେ ଏନେଇ ପୋଲିସରେ ଖବର ଦେଇଥିଲେ। ପରେ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ।

ଏହାସହ ବିଏନପୁର ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସଂପର୍କରେ ଅଧିକ ତଥ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି।

Comment