ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମାର୍ଚ୍ଚ ୨୮ ଓ ୨୯ ତାରିଖରେ ପାଗୋ (ପବ୍ଲିକ ଆର୍ଟ୍ସ ଇନ ଗୋପାଳପୁର) ଫେଷ୍ଟିଭାଲ ବ୍ରହ୍ମପୁର ଡେଭେଲପମେଣ୍ଟ ଅଥରିଟି ପକ୍ଷରୁ ଆୟୋଜିତ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଯେମିତି ଏହି ଫେଷ୍ଟିଭାଲରେ ଯୋଗ ଦେଇ ପାରିବେ ସେଥିପାଇଁ ଫେଷ୍ଟିଭାଲକୁ ଘୁଞ୍ଚାଇ ଦିଆଯାଇଛି।

ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ଏହି ଫେଷ୍ଟିଭାଲ ଘୁଞ୍ଚାଇ ଦେବାକୁ ବିଭିନ୍ନ ମହଲରୁ ବ୍ରହ୍ମପୁର ଡେଭେଲପମେଣ୍ଟ ଅଥରିଟିକୁ ଅନୁରୋଧ କରାଯାଇଥିଲା। ପରେ ଏହାକୁ ମାର୍ଚ୍ଚ ୨୮ ଓ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଏହି ଫେଷ୍ଟିଭାଲରେ କଳା ମାଧ୍ୟମରେ ଗୋପାଳପୁର ଓ ଗଞ୍ଜାମର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଗଞ୍ଜାମର ସଂସ୍କୃତିକୁ ଆଗାମୀ ପିଢ଼ିରେ ଲୋକପ୍ରିୟ କରିବାକୁ ଏଥିରେ ପ୍ରୟାସ କରାଯିବ।

Comment