ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ପାହାଳସ୍ଥିତ ଟ୍ଵିନ୍‌ ସିଟି ଇଣ୍ଟନାସ୍‌ନାଲ ସ୍କୁଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

 

  • ପ୍ରଧାନ ଶିକ୍ଷୟିତ୍ରୀ– ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍‌/ଏମ୍‌.ଏଡ୍‌ କରିଥିବେ ଏବଂ ଯେକୌଣସି ସିବିଏସ୍‌ଇ ସ୍କୁଲରେ ଅତିକମ୍‌ରେ ୫ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଆକାଡେମିକ୍‌ ସୁପର୍‌ଭାଇଜର୍‌– ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍‌/ଏମ୍‌.ଏଡ୍‌ କରିଥିବେ ଏବଂ ଯେକୌଣସି ସିବିଏସ୍‌ଇ ସ୍କୁଲରେ ଅତିକମ୍‌ରେ ୫ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ରିସେପ୍‌ସନିଷ୍ଟ– ସ୍ପୋକନ୍‌ ଇଂଲିସ୍‌ରେ ଦକ୍ଷତା ହାସଲ କରିଥିବେ।
  • ପିଆର୍‌ଟି/ଟିଚର୍‌– ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍‌ କରିଥିବେ।
  • ଏନ୍‌ଟିଟି– ମଣ୍ଟେଶ୍ଵରୀ/ନର୍ସରୀ ତାଲିମ୍‌ପ୍ରାପ୍ତ/ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ୍‌
  • ପିଇଟି– ବ୍ୟାଚ୍‌ଲର୍‌ ଇନ୍‌ ଫିଜିକ୍ସ ଏଜୁକେସନ୍‌/ମାଷ୍ଟର ଇନ୍‌ ଫିଜିକ୍ସ ଏଜୁକେସନ୍‌
  • ଆର୍ଟ/କ୍ରାଫ୍ଟ/ଡ୍ୟାନ୍ସ/ମ୍ୟୁଜିକ୍‌/ୟୋଗା– ସମସ୍ତ ଅଭିଜ୍ଞତା ସାର୍ଟିଫିକେଟ୍‌ ହାସଲ କରିଥିବେ।
  • ଆକାଉଣ୍ଟାଣ୍ଟ୍‌– ଇଣ୍ଟର ସି.ଏ ସହ ସ୍କୁଲ ଅଭିଜ୍ଞତା ହାସଲ କରିଥିବେ।
  • ଡ୍ରାଇଭର୍‌– ଭାରୀ ଯାନ ଚଳାଚଳ ପାଇଁ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ।
  • ଅଫିସ୍‌ ବୟ୍‌– ଦଶମ ପାସ୍‌ କରିଥିବେ।
  • ଆୟା– ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା:

  • ଏହି ବିଜ୍ଞପ୍ତି ଫେବ୍ରୁଆରି ୧୪ରେ ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୫ ଦିନ ମଧ୍ୟରେ ନିଜର ବାୟୋଡାଟା ବା ସିଭି tcisinternationalschool@gmail.com କୁ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।
  • ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଠିକଣା: ଆପେକ୍ସ ବିଲ୍‌ଡିଂ, ପାହାଳ, ଏନ୍‌ଏଚ୍‌ ସାଇଡ୍‌, ପିନ୍‌ କୋଡ୍- ୭୫୨୧୦୧

ଫୋନ୍‌ ନମ୍ବର– 7605906111, 7608014111

Comment