ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ଅଧିକ ଛାନ୍‌ଭିନ୍‌ କରିବ ଛତିଶଗଡ଼ ପୋଲିସ। ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ଛତିଶଗଡ଼ ପୋଲିସର ସ୍ପେଶାଲ ଟିମ୍‌ ଓଡ଼ିଶା ଆସିବ। ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ ଅତିରିକ୍ତ ଏସ୍‌ ପି ଅଭିଷେକ ବର୍ମା।

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ରାୟଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଆଜି ଅନୁପଙ୍କ ଗାଡ଼ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି। ଅଜ୍ଞାତ ସ୍ଥାନରେ ରଖି ପୋଲିସ ବର୍ଦ୍ଧନଙ୍କୁ ପଚରା ଉଚରା କରୁଛି। ତେବେ ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ପଛରେ ଅନ୍ୟମାନଙ୍କ ହାତ ଥିବା ଛତିଶଗଡ଼ ପୋଲିସ ସନ୍ଦେହ କରୁଛି।

ଏଣୁ ଅଧିକ ତଦନ୍ତ ପାଇଁ ଛତିଶଗଡ଼ ପୋଲିସର ସ୍ଵତନ୍ତ୍ର ଟିମ୍‌ ଓଡ଼ିଶା ଆସିବେ।

୨୦୧୬ ମସିହାର ଘଟଣା। କଳ୍ପନା ଦାସ ଏବଂ ତାଙ୍କ ଝିଅକୁ ଅନୁପ ଛତିଶଗଡ଼ ସୀମାନ୍ତରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୁହଁରେ ଗାଡ଼ି ଚଢ଼ାଇ ଦେଇଥିଲେ। ହେଲେ ୪ ବର୍ଷ ପରେ ଏହି ନୃଶଂସ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ରାୟଗଡ଼ ପୋଲିସ।

Comment