ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ସିଷ୍ଟର ଶ୍ରୀଦେବୀ’ରେ ଢେର ପ୍ରଂଶସା ସାଉଣ୍ଟିବା ପରେ ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବେ ବାବୁସାନ ଓ ଶିବାନୀ। ରଜ ଉପଲକ୍ଷେ ସିଷ୍ଟର ଶ୍ରୀଦେବୀ ଫେମ୍‌ ବାବୁସାନ ଓ ଶିବାନୀ ନୂଆ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି।

ଫିଲ୍ମର ଟାଇଟଲ ଜଣାପଡ଼ିନଥିଲା ବେଳେ ନୂଆ ସିନେମାର ପ୍ରଯୋଜନା ଭାର ନିରଞ୍ଜନ ନାୟକ ଓ ପ୍ରଦୀପ୍ତ ପ୍ରକାଶ ଆଚର୍ଯ୍ୟ ସମ୍ଭାଳିବେ ବୋଲି ଜଣାପଡ଼ିଛି।

ସେହିପରି ଫିଲ୍ମର ସଂଳାପ ବାପୁ ଗୋସ୍ୱାମୀ ଓ ସଙ୍ଗୀତ ନିର୍ଦ୍ଦେଶନାରେ ବୈଦ୍ୟନାଥ ଦାଶ ରହିଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ଜ୍ୟୋତି ଦାସ।

ସିଷ୍ଟର ଶ୍ରୀଦେବୀ ପରେ ବାବୁସାନ ଓ ଶିବାନୀଙ୍କ ଅଭିନୀତ ଏହା ଦ୍ୱିତୀୟ ଫିଲ୍ମ। ପୂର୍ବରୁ ଏହି ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିଥିଲେ। ଏଥର ତା’ଠାରୁ ଅଧିକ ଦର୍ଶକଙ୍କ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି।

Comment