ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ପଛୁଆବର୍ଗଙ୍କ ଚିହ୍ନଟ ପାଇଁ ହେବ ସ୍ୱତନ୍ତ୍ର ସର୍ଭେ। ଏଥିପାଇଁ ବିଧାନସଭାରେ ସୋମବାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (ସଂଶୋଧନ) ବିଲ୍‌-୨୦୨୦ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସଙ୍କଳ୍ପ ଆଗତ କରିବା ପରେ ଏହି ବିଲ୍‌ ଗୃହୀତ ହୋଇଥିଲା।

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ-୧୯୯୩ ଆଇନର ସଂଶୋଧନ କରାଯାଇଛି। ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର ସର୍ଭେ କରିବେ।

ରାଜ୍ୟ କ୍ୟାବିନେଟରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ (ସଂଶୋଧନ) ବିଲ୍‌-୨୦୨୦ର ଚିଠା ପ୍ରସ୍ତାବ ଗୃହୀତ କରିବା ପରେ ବିଧାନସଭାରେ ଏହା ଆଗତ କରାଯାଇଥିଲା। ବିଲ୍‌ ଉପରେ ଆଲୋଚନା ହୋଇଥିଲା। ପରେ ସର୍ବସମ୍ମତି କ୍ରମେ ବିଲ୍‌ଟି ଗୃହୀତ ହୋଇଥିଲା।

ଏହି ବିଲ୍‌ ପାସ୍‌ ହେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରିଛନ୍ତି। ଏହି ବିଲ୍‌କୁ ଐତିହାସିକ କହିଛନ୍ତି। ଏପଟେ କଂଗ୍ରେସ ଏହାକୁ ସମାଲୋଚନା କରିଛି। ଏହି ବିଲ୍‌ଟି ତରବରିଆ ଭାବେ ପାସ୍‌ ହୋଇଥିବାରୁ ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

LEAVE A REPLY

Please enter your comment!
Please enter your name here