ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶେଷଜ୍ଞମାନଙ୍କ ମତରେ ଗ୍ରୀନ୍‌ ଟି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଏହା ଓଜନକୁ କମେଇବାରେ ସାହାଯ୍ୟ କରିଥାଏ। କିନ୍ତୁ, ଏହା ସ୍ୱାସ୍ଥ୍ୟ ସଙ୍ଗେସଙ୍ଗେ ତ୍ୱଚାର ସମସ୍ତ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ, ଗ୍ରୀନ୍‌ ଟିକୁ କିପରି ନିଜ ତ୍ୱଚାରେ ବ୍ୟବହାର କରିବେ?

ଗ୍ରୀନ୍‌ ଟିକୁ ସ୍କ୍ରବର ଭଳି ବ୍ୟବହାର କରିପାରିବେ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ଗ୍ରୀନ୍‌ ଟି ଫେସ୍‌ ସ୍କ୍ରବ୍‌ ଭଳି କାମ କରିଥାଏ। ଏହାକୁ ବ୍ୟବହାର କରିବା ଫଳରେ ତ୍ୱଚାରୁ ମୃତ କୋଷିକା ଦୂର ହୋଇଥାଏ।

ଗ୍ରୀନ୍‌ ଟି ପିଇସାରିବା ପରେ ଏହାର ବ୍ୟାଗ୍‌କୁ ନଫୋପାଡ଼ି ସ୍କ୍ରବର ଭଳି ବ୍ୟହାର କରିପାରିବେ। ଟି ବ୍ୟାଗ୍‌ରେ ଥିବା ପତ୍ରକୁ ଏକ ପାତ୍ରରେ ବାହାର କରିଦେବେ। ଏଥିରେ ଚିନି, ମହୁ ମିଶାଇ ଏକ ପେଷ୍ଟ ତିଆରି କରିବେ, ଏବେ ଏହାକୁ ତ୍ୱଚାରେ ଲଗାଇ ସ୍କ୍ରବ୍‌ କରିବେ। ଏହାପରେ ଥଣ୍ଡା ପାଣିରେ ଧୋଇଦେବେ।

ଗ୍ରୀନ୍‌ ଟିରେ ଆପଣ ସ୍କିନ୍‌ ଟୋନର ବି ବ୍ୟବହାର କରିପାରିବେ। ଗୋଟେ କପ୍‌ ପାଣିରେ ଗ୍ରୀନ୍‌ ଟିର ୩ଟି ବ୍ୟାଗ୍‌ ପକାଇ ଫୁଟାଇବେ। ପାଣି ଥଣ୍ଡା ହୋଇଗଲେ ଏହାକୁ ଏକ ବୋଟଲରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖିଦେବେ। ଏବେ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ।

ଆଖି ତଳର କଳାଦାଗ ଦୂର କରିଥାଏ ଗ୍ରୀନ୍‌ ଟି। ଗ୍ରୀନ୍‌ ଟି ପିଇ ସାରିବା ପରେ ଏହାର ବ୍ୟାଗ୍‌କୁ ଫ୍ରିଜ୍‌ରେ ରଖିଦେବେ। ଟିକେ ଥଣ୍ଡା ହୋଇଗଲା ପରେ ଏହି ବ୍ୟାଗ୍‌କୁ ଆଖି ଉପରେ ରଖି ୧୫ ମିନିଟ୍‌ ଯାଏଁ ଛାଡ଼ିଦେବେ। ଏପରି ପ୍ରତିଦିନ କଲେ ଆଖି ତଳର କଳାଦାଗ ଦୂର ହୋଇଥାଏ।

Comment