ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରାମାଞ୍ଚଳରେ ଦୟନୀୟ ରାସ୍ତାକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ଉଭୟ ଶାସକ ଓ ବିରୋଧୀ।ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ବିଜେଡି ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ଗ୍ରାମାଞ୍ଚଳ ରାସ୍ତା ଉପରେ ପ୍ରଶ୍ନ ଉଠାଇଥିଲେ। ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ।

‘‘୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ରହିଛି। ଏଥିରୁ ୨୯୫୩୭ ଗାଁକୁ ରାସ୍ତା ଅଛି। ୧୮୪୭୭ ଗାଁକୁ ରାସ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା। ଏଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଞ୍ଜୁର ହୋଇଥିଲା। ଏଥିରୁ ୧୬୩୪୭ ଗାଁକୁ ସଂଯୋଗ ସରିଛି’’, କହିଥିଲେ ସୁଶାନ୍ତ ସିଂ।

ସୁଶାନ୍ତ ସିଂହ ଆହୁରି ମଧ୍ୟ କହିଥିଲେ ୭୩୨ ଟି ଗାଁକୁ ସଂଯୋଗ କାମ ଚାଲିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା-୨ରେ ୧୬୧୫. ୫୧ କୋଟି ଟଙ୍କା ଅନୁମୋଦନ ହୋଇଛି।  ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ବରାଦ ହେଉଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ୱେବସାଇଟ କରିବାକୁ ବାଚସ୍ପତି ସୂର୍ଯ୍ୟ ପାତ୍ର ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପରାମର୍ଶ ଦେଇଛନ୍ତି।

Comment