ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମିଳିଲାନି ଗାଡ଼ି, ଟଲିରେ ବୁହା ହେଲା ଶବ। ଏଭଳି ଘଟଣା ଦେଖିବାକି ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲରେ। ମୃତକଙ୍କ ପୁଅ-ଝିଅ ମହାପ୍ରୟାଣ ଗାଡ଼ି ପାଇଁ ଅନୁରୋଧ କରିଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଶୁଣି ନଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଚନ୍ଦ୍ରମା ସିଂ।

ଗେଟ୍‌ ବଜାର ଅଞ୍ଚଳରେ ଜାଗିଲି ସାହିର ଯାଯାବର ସମ୍ପ୍ରଦାୟର ଚନ୍ଦ୍ରମା ସିଂ ଅସୁସ୍ଥ ଥିବାରୁ ତାଙ୍କୁ ତାଙ୍କ ପୁଅ ତ୍ରିନାଥ ସିଂ ଓ ଝିଅ ସନ୍ତୋଷିନୀ ବେହେରା ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୭ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ତାଙ୍କର ପୁଅ ତ୍ରିନାଥ ସିଂ ଓ ଝିଅ ସନ୍ତୋଷିନୀ ବେହେରା ଶବକୁ ଗେଟ୍‌ ବଜ଼ାର ମସାଣି ପର୍ଯନ୍ତ ନେବାକୁ ମହାପ୍ରୟାଣ ଗାଡି ଟିଏ ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କ ନିକଟରେ କାକୁତି ମିନତୀ କରିଥିଲେ ସୁଦ୍ଧା ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଟଙ୍କା ମାଗିଥିଲେ। ଗାଡି ନମିଳିବାରୁ ୭ ଘଣ୍ଟା ପରେ ଟଲିରେ ଶବକୁ ବୋହିଥିଲେ।

ବଡ଼ ମେଡିକାଲ ଗେଟ ପାଖରେ ବ୍ରହ୍ମପୁର ମ୍ୟୁନିସିପାଲ ନିଗମ ପୂର୍ବତନ କର୍ପୋରେଟର ଆର ମୁରଲୀ ମୋହନ ସେହିରାସ୍ତା ଦେଇ ଯାଉଥିବା ସମୟରେ ଏହା ଦେଖି ତୁରନ୍ତ ଘରୋଇ ଆମ୍ବୁଲାନ୍ସ ଡାକି ସେଥିରେ ଶବକୁ ରଖିଥିଲେ ଓ ସେଠାରୁ ପ୍ରାୟ ଦେଢ଼ କିଲୋମେଟର ଦୂର ଗେଟ ବଜାର ମଶାଣି ପର୍ଯନ୍ତ ନେଇଥିଲେ। ଶବର ଶେଷକୃତ୍ୟ ପାଇଁ କାଠ ଯୋଗାଡ଼ କରିବା ସହ ସମସ୍ତ ଖର୍ଚ୍ଚ ବହନ କରିଥିଲେ।

Comment