ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଦ୍ୟୁତ ଆଘାତରେ ୬୦ ପ୍ରତିଶତ କ୍ଷତି ହେଲେ ୨ ଲକ୍ଷ ଟଙ୍କା ମିଳିବ
  • ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯ ହଜାର ୫ଶହ ଟଙ୍କା
  • ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର
  • ଗାଈ, ମଇଁଷି ମଲେ ୩୦ ହଜାର
  • ଛେଳି, ମେଣ୍ଢା, ଘୁଷୁରି ମଲେ ୩ ହଜାର
  • କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା

ବିଦ୍ୟୁତ ଆଘାତରେ ଜୀବନ ଗଲେ ଏଣିକି ମିଳିବ ୪ ଲକ୍ଷ ଟଙ୍କା କ୍ଷତିପୂରଣ। ରାଜ୍ୟ ସରକାର କ୍ଷତିପୂରଣ ନେଇ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିଶ କରିଛନ୍ତି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଏହାସହ ବିଦ୍ୟୁତ ଆଘାତରେ ୬୦ ପ୍ରତିଶତ କ୍ଷତିରେ ୨ ଲକ୍ଷ ଟଙ୍କା ମିଳିବ। ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯ ହଜାର ୫ଶହ ଟଙ୍କା ଦିଆଯିବ। ସେହିପରି ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର କ୍ଷତିପୂରଣ ମିଳିବ।

ସପ୍ତାହକରେ କମ୍‌ ସମୟ ଚିକିତ୍ସା ହେଲେ ୪ ହଜାର ୫୦୦ ଟଙ୍କା ମିଳିବ। ଗାଈ, ମଇଁଷି ମଲେ ୩୦ ହଜାର, ଛେଳି, ମେଣ୍ଢା, ଘୁଷୁରି ମଲେ ୩ ହଜାର ଓ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ।

କିଛିଦିନ ହେବ ବିଦ୍ୟୁତ ଆଘାତରେ ଅନେକ ଲୋକଙ୍କର ପ୍ରାଣହାନୀ ଘଟୁଛି। ନିକଟରେ ଗଞ୍ଜାମ ଜିଲ୍ଲାରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ସରକାର।

Comment