ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଛ ସାକରା ହେଉଛି ଗଞ୍ଜାମର ପ୍ରସିଦ୍ଧ ଖାଦ୍ୟ। ଜାଣନ୍ତୁ, ଏହାକୁ କେମିତ ପ୍ରସ୍ତୁତ କରିବେ?

ପ୍ରଥମେ ୩୦୦ ଗ୍ରାମ୍‌ ମାଛକୁ ଧୋଇ ସେଥିରେ ଲୁଣ ହଳଦୀ ମିଶାଇ ମ୍ୟାରିନେଟ୍‌ କରନ୍ତୁ।

ଏବେ ଗ୍ୟାସ୍‌ ଲଗାଇ ଏକ କଡ଼େଇ ବସାନ୍ତୁ। ଏବେ କଡ଼େଇରେ ତିନି ଚାମଚ ତେଲ ପକାନ୍ତୁ। ତେଲ ତାତି ଗଲେ ସେଥିରେ ମାଛ ପକାଇ ଭାଝନ୍ତୁ। ମାଛ ଭାଜି ହୋଇଗଲେ ଗୋଡେ ପ୍ଲେଟ୍‌ରେ କାଢ଼ି ଦିଅନ୍ତୁ।

ସାକରା ପ୍ରସ୍ତୁତ କରିବା ପାଇଁ ଗୋଡ଼େ କଡ଼େଇକୁ ଗ୍ୟାସ୍‌ ଉପରେ ବସାନ୍ତୁ। ଏବେ ଏଥିରେ ଦୁଇ ଚାମଚ ତେଲ ପକାନ୍ତୁ, ତେଲ ଗରମ ହୋଇଗଲେ ଗୋଟେ ଚାମଚ ପଞ୍ଚ ଫୁଟଣ, ୩ଟି ଶୁଖିଲା ଲଙ୍କା ପକାଇବା। ଏବେ ଆବଶ୍ୟକ ଅନୁଯାୟୀ ତେନ୍ତୁଳୀ ମଣ୍ଡ ପକାଇବେ। ( ୫ଟି ତେନ୍ତୁଳିକୁ ଗୋଟେ କପ୍‌ ପାଣିରେ ୧୦ ମିନିଟ୍‌ ପାଇଁ ବତୁରାଇ ରଖି ଦିଅନ୍ତୁ। ୧୦ ମିନିଟ୍‌ ପରେ ତେନ୍ତୁଳିକୁ ମନ୍ଥି ଦେଇ ତେନ୍ତୁଳିକୁ କାଢ଼ି ଦିଅନ୍ତୁ। ଉକ୍ତ ପାଣିକୁ ପକାନ୍ତୁ।)

ତେନ୍ତୁଳି ମଣ୍ଡ ପକାଇବା ପରେ ସାଧା ପାଣି ପକାନ୍ତୁ। ପାଣି ଫୁଟିଗଲେ ସେଥିରେ ରସୁଣ ଛେଚା ଓ ଭୃସୁଙ୍ଗାପତ୍ର ପକାଇବା। ଏବେ ଏଥିରେ ଜିରାଲଙ୍କା ଗୁଣ୍ଡକୁ ପକାଇବା। ଶେଷରେ ଆବଶ୍ୟ ଅନୁଯାୟୀ ଗୁଡ଼ ମିଶାଇବା। ଶେଷରେ ଭଜା ହୋଇଥିବା ମାଛକୁ ପକାନ୍ତୁ। ଶେଷରେ ସ୍ୱାଦ ଅନୁସାରେ ଲୁଣ ପକାଇବେ। ୫ ମିନିଟ୍‌ ଫୁଟିବାକୁ ଦିଅନ୍ତୁ, ଶେଷରେ ପ୍ରସ୍ତୁତ ହୋଇଗଲା ମାଛ ସାକରା।

Comment