ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ସମୟ ପରେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବ ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜେଟ୍‌ ପୁସ୍ତିକା ଛପାଯାଇ ନାହିଁ। ଡିଜିଟାଲ ପ୍ରକ୍ରିୟାରେ ବଜେଟ୍‌ ଉପସ୍ଥାପନ କରାଯିବ। ଏହି ବଜେଟ୍‌କୁ ‘ଗୋ ଗ୍ରୀନ’ ବଜେଟ୍‌ କୁହାଯାଉଛି।

ବଜେଟ୍‌ ପୁସ୍ତିକା ଛାପିବା ପାଇଁ ବହୁ ବହୁ କାଗଜ ଦରକାର ପଡ଼ିଥାନ୍ତା। ପ୍ରାୟ ୭୫ ଲକ୍ଷର ପୃଷ୍ଠା ଛପା ହୋଇଥାନ୍ତା। ଏଥିପାଇଁ ୧୦୦ ଗଛ ବଳି ପଡ଼ିଥାନ୍ତା। ଏଣୁ ଗଛର ସୁରକ୍ଷା ପାଇଁ ଏଥର ଡିଜିଟାଲ ପ୍ରକ୍ରିୟା ଉପରେ ବଜେଟ୍‌ ଉପସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି।

ଚଳିତ ବଜେଟ୍‌ର ଆକାର ୧ ଲକ୍ଷ ୫୩ ହଜାର କୋଟି ହେବ ବୋଲି ଆକଳନ କରାଯାଇଛି। ଚଳିତ ବଜେଟ୍‌ରେ ରାଜ୍ୟ ସରକାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ୫-ଟି ଏବଂ ବିଭିନ୍ନ ଐତିହ୍ୟର ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି। ମହିଳା ସଶକ୍ତିକରଣ ଏବଂ ଯୁବ ଶକ୍ତିଙ୍କ ବିକାଶ ପାଇଁ ଚଳିତ ବଜେଟ୍‌ରେ ଅର୍ଥ ବ୍ୟୟବରାଦ ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here