ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ। ଆଇନ ସେବା ପ୍ରାଧିକରଣ ତରଫରୁ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା, ଡକ୍ଟର ରଶ୍ମି ସାହୁ, ଡକ୍ଟର ମଧୁସ୍ମିତା ଦାସ, ଡକ୍ଟର ଆନନ୍ଦ ସେଠୀ, ଗଙ୍ଗାଧର ବେହେରା, ଡକ୍ଟର ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସାଇବର ପୋଲିସ ଥାନା ସବ-ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ପୃଷ୍ଟି ସାଇବର ବିଷୟକୁ ନେଇ ବିଭିନ୍ନ ଆଇନ ଉପରେ ଆଲୋଚନା କରିଥିଲେ। ଏହାସହ ଏଥିରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ, ବିଭିନ୍ନ ସୋସିଆଲ ମିଡିଆ ଆପ୍‌ ବ୍ୟବହାର ବେଳେ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

Comment