ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେଲା ଛତିଶଗଡ଼ ପୋଲିସ। ଅନୁପ ସାଏଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିବା ବେଳେ ବର୍ଦ୍ଧନଙ୍କୁ ଦିନିକିଆ ରିମାଣ୍ଡରେ ନିଆଯାଇଛି। ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ରାୟଗଡ଼ ସିଜେଏମ୍ କୋର୍ଟ।
ମା’-ଝିଅ ହତ୍ୟା ମାମଲାରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଅନୁପ ଓ ବର୍ଦ୍ଧନଙ୍କୁ ରିମାଣ୍ଡରେ ନେଇଛି ପୋଲିସ। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଏହାସହ ଏଥିରେ ଯେଉଁ ଇନୋଭା ଗାଡ଼ି ବ୍ୟବହାର ହୋଇଥିବା ପୋଲିସ ସନ୍ଦହେ କରୁଥିଲା ତାକୁ ମଧ୍ୟ ଜବତ କରିଛି ପୋଲିସ।
ଏହି ହତ୍ୟାକାଣ୍ଡର ଛାନ୍ଭିନ୍ ପାଇଁ ପୋଲିସ ଝାରସୁଗୁଡ଼ାରେ ମଧ୍ୟ ପହଞ୍ଚିଥିଲା। ସେଠାରେ ଅନୁପଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ତାଙ୍କ ପୁତୁରାଙ୍କୁ ନୋଟିସ କରିଥିଲେ। ଏହାସହ ମୃତ କଳ୍ପନାଙ୍କ ଭାଉଜଙ୍କୁ ମଧ୍ୟ ନୋଟିସ କରିଥିଲେ।
ଛତିଶଗଡ଼ ପୋଲିସ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଆବେଦନ କରିଥିଲା, ହେଲେ ଏହାର ଶୁଣାଣି କୋର୍ଟ ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ବର୍ତ୍ତମାନ ପୋଲିସ ଉଭୟଙ୍କୁ ଏହି ହତ୍ୟାକାଣ୍ଡ ନେଇ ଜେରା କରିବ।















