ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ବିଧାୟକ ପାଣ୍ଠି ବୃଦ୍ଧି ପାଇଛି। ୧ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଟଙ୍କାରେ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିପାରିବେ।

ବିଧାୟକମାନେ ସେମାନଙ୍କ ପାଣ୍ଠି ବୃଦ୍ଧି କରିବା ପାଇଁ ଦାବି କରି ଆସୁଥିଲେ। ଗତ ୨୦୧୭ ମସିହାରେ ସବୁ ଦଳ ବିଧାୟକମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦରମା ଏବଂ ପାଣ୍ଠି ବଢ଼ାଇବା ପାଇଁ ଦାବି କରିଥିଲେ।

ଗତକାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉନ୍ନୟନ ଏବଂ ଶିଳ୍ପ ଉପରେ ଫୋକସ୍‌ କରିବା ସହ ବିଧାୟକ ପାଣ୍ଠି ବୃଦ୍ଧି ପାଇଁ ବ୍ୟୟବରାଦ କରିଥିଲେ।

Comment