ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ସାଲିଆ ସାହି ବସ୍ତି ଉଚ୍ଛେଦକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଉଚ୍ଛେଦ ବେଳେ ପୋଲିସ ବସ୍ତିବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଥଇଥାନ ନକରାଯାଇ ଉଚ୍ଛେଦ କରାଯାଉଥିବାରୁ ବସ୍ତି ବାସିନ୍ଦା ଏହାକୁ ବିରୋଧ କରିଛନ୍ତି।

ରାସ୍ତା ନିର୍ମାଣ ପାଇଁ ସାଲିଆ ସାହି ବସ୍ତି ଉଚ୍ଛେଦ ପାଇଁ ଆଜି ସକାଳୁ ପୋଲିସ ଫୋର୍ସ ପହଞ୍ଚି ଥିଲା। ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବସ୍ତି ଲୋକ। ହାତରେ ଠେଙ୍ଗା ଧରି ପୋଲିସକୁ ବିରୋଧ କରିଥିଲେ। ରାସ୍ତାରେ ଶୋଇ ରହି ପୋଲିସ ଗାଡ଼ିକୁ ଅଟକାଇଥିଲେ ବସ୍ତି ବାସିନ୍ଦା।

ପରିସ୍ଥିତି ଜଟିଳ ହେବାରୁ ଘଟଣାସ୍ଥାଳରେ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିଡିଏ ଓ ବିଏମ୍‌ସି ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ବିଡିଏ ଓ ବିଏମ୍‌ସି ଅଧିକାରୀମାନେ।

ସିଆର୍‌ପି ଛକରୁ ଇନ୍‌ଫୋସିସ୍‌ ଓ ସାଲିଆସାହି ଦେଇ ୨୦୦ ଫୁଟର ରାସ୍ତା ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ଏନେଇ ବସ୍ତି ଉଚ୍ଛେଦକୁ ବିରୋଧ କରିଛନ୍ତି ଲୋକେ। ସେମାନଙ୍କୁ ସ୍ଥାୟୀ ପଟା କିମ୍ଵା ଥଇଥାନ ପାଇଁ ଦାବି କରିଛନ୍ତି ଲୋକ।

LEAVE A REPLY

Please enter your comment!
Please enter your name here