ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲା ମଣ୍ଟୁ ମଳିକ ଦେଇଛନ୍ତି ମାଟ୍ରିକ ପରୀକ୍ଷା। ମଣ୍ଟୁଙ୍କୁ ମାଧ୍ୟମିକ ବୋର୍ଡ ପକ୍ଷରୁ ଏକ ନୂତନ ରୋଲ୍ ନମ୍ବର ପ୍ରଦାନ କରାଯାଇଛି। ଏହି ନୂତନ ରୋଲ୍ ନମ୍ବର ଆଧାରରେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଣ୍ଟୁଙ୍କୁ ଏକ ହାତଲେଖା ଆଡମିଟ କାର୍ଡ ପ୍ରଦାନ କରିଛନ୍ତି। ଫଳରେ ଆଜି ମଣ୍ଟୁ ଇନ୍ଦୁପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇପାରିଛନ୍ତି।

ଦଶମ ଶ୍ରେଣୀରେ ପାଠ ପଢୁଥିଲେ ମଣ୍ଟୁ ଧୂମାତ ରାଧାଗୋବିନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ଯାଉଥିବା ବେଳେ ତାଙ୍କ ଆଡମିଟ କାର୍ଡରେ ତ୍ରୁଟି ଦେଖିବାକୁ ମିଳିଥିଲା। ଆଡମିଟ୍‌ କାର୍ଡରେ ମଣ୍ଟୁଙ୍କ ବାପା ଓ ମା’ଙ୍କ ନାଁ ବଦଳରେ ବିଦ୍ୟାଳୟରେ ପଢୁଥିବା ଆଉ ଜଣେ ମଣ୍ଟୁ ମଳିକଙ୍କ ବାପା ଓ ମା’ଙ୍କ ନାଁ ଉଲ୍ଲେଖ ହୋଇଥିଲା। ଆଡମିଟ କାର୍ଡରେ ତ୍ରୁଟି ଯୋଗୁଁ ଏଥର ମଣ୍ଟୁ ମାଟ୍ରିକ ପରୀକ୍ଷା ଦେଇ ପାରିବେନି ବୋଲି ପ୍ରଧାନ ଶିକ୍ଷକ କହିଥିଲେ।

ଏକଥା ଶୁଣି ମଣ୍ଟୁ ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଥିଲେ। ବିଦ୍ୟାଳୟର ଦାୟିତ୍ୱ ହୀନତା ଯୋଗୁଁ ଏପରି ଘଟିଲା ବୋଲି କହିଲେ ମଣ୍ଟୁଙ୍କ ବାପା ମା’ ଅଭିଯୋଗ କରିଥିଲେ। ପରେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ ଏହି ସମସ୍ୟା ସମ୍ପର୍କରେ ମାଧ୍ୟମିକ ଶିକ୍ଷା ବୋର୍ଡର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ବୋର୍ଡ ମଣ୍ଟୁଙ୍କ ନାଁରେ ଏକ ନୂତନ ରୋଲ୍‌ ନମ୍ବର ଅନୁମୋଦନ କରିଥିଲେ। ମଣ୍ଟୁଙ୍କୁ ପ୍ରଧାନ ଶିକ୍ଷକ ଏହି ନୂତନ ରୋଲ ନମ୍ବର ଅନୁସାରେ ଏକ ହାତ ଲେଖା ଆଡମିଟ କାର୍ଡ ଦେଇ ପାରିବେ ବୋଲି ବୋର୍ଡ ଲିଖିତ ଅନୁମତି ଦେଲେ।

Comment