ଓଡ଼ିଶାଲାଇଭ୍‌ ବ୍ୟୁରୋ

Eximbank

ଏକ୍ସିମ୍‌ ବ୍ୟାଙ୍କରେ ବିଭିନ୍ନ ପଦବୀରେ ସମୁଦାୟ ୨୨ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ଫେବ୍ରୁଆରି ୭ରୁ ଆରମ୍ଭ ହୋଇ ୨୯ ଯାଏଁ ଜାରି ରହିବ।

 

ପଦବୀ ସଂଖ୍ୟା:

  • ଚିଫ୍‌ ମ୍ୟାନେଜର (ଏମ୍‌ଏମ୍‌ III) – ୨ଟି ପଦବୀ (ସାଧାରଣବର୍ଗ)
  • ମ୍ୟାନେଜର (ଏମ୍‌ଏମ୍‌ II) – ୮ଟି ପଦବୀ (ଏସ୍‌ସି-ଗୋଟିଏ, ଏସ୍‌ଟି- ଗୋଟିଏ, ଓବିସି- ୨ଟି, ଇଡବ୍ଲୁଏସ୍‌-ଗୋଟିଏ, ସାଧାରଣବର୍ଗ-୩ଟି)
  • ଡେପୁଟି ମ୍ୟାନେଜର (ଜେଏମ୍‌ I) – ୫ଟି ପଦବୀ (ଓବିସି-୨ଟି, ଇଡବ୍ଲୁଏସ୍‌- ଗୋଟିଏ, ସାଧାରଣବର୍ଗ-୨ଟି)
  • ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌- ୪ଟି ପଦବୀ (ଏସ୍‌ସି-ଗୋଟିଏ, ଓବିସି-ଗୋଟିଏ, ସାଧାରଣବର୍ଗ-୨ଟି)
  • ଅଫିସର୍‌ ଅନ୍‌ କନ୍‌ଟ୍ରାକ୍ଟ (ଆଇଟି) – ୩ଟି ପଦବୀ (ଏସ୍‌ସି-ଗୋଟିଏ, ଏସ୍‌ଟି- ଗୋଟିଏ, ସାଧାରଣବର୍ଗ-୧ଟି)

ଶିକ୍ଷାଗତ ଯୋଗ୍ୟତା:

  • ଚିଫ୍‌ ମ୍ୟାନେଜର (ଲିଗାଲ-୦୨) – ବାର୍ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏବଂ ୬୦% ସହ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ମ୍ୟାନେଜର ଲିଗାଲ୍‌ (୦୬) – ବାର୍ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏବଂ ୬୦% ସହ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ମ୍ୟାନେଜର ରିସ୍କ ମ୍ୟାନେଜମେଣ୍ଟ (ଆଇଏସ୍‌ ସିକ୍ୟୁରିଟି-୦୧) – କମ୍ପ୍ୟୁଟର ସାଇନ୍ସ/ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜୀ/ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୁନିକେସନ୍‌/ ଇନ୍‌ଫର୍‌ମେସନ୍‌ ସିକ୍ୟୁରିଟିରେ ୬୦% ସହ ବି.ଇ/ବି.ଟେକ୍‌/ଏମ୍‌.ଟେକ୍‌ କରିଥଇବା ଆବଶ୍ୟକ ଅଥବା ୬୦% ସହ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସିଆଇଏସ୍‌ଏ ରେ ଏମ୍‌ସିଏ ଡିଗ୍ରୀ ହାସଲ କରିଥଇବା ଆବଶ୍ୟକ।
  • ମ୍ୟାନେଜର ରାଜଭାଷା (୦୧) – ସ୍ଵାକୃତୀପ୍ରାପ୍ତ ୟୁନିଭର୍ସିଟିରୁ ହିନ୍ଦୀ କିମ୍ବା ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଡିଗ୍ରୀ ଲେଭେଲ୍‌ରେ ଇଂରାଜୀ/ହିନ୍ଦୀ ଭାଷାରେ ପରୀକ୍ଷା ଦେଇଥିବେ।
  • ଡେପୁଟି ମ୍ୟାନେଜର ଲିଗାଲ (୦୨) – ବାର୍ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏବଂ ୬୦% ସହ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଡେପୁଟି ମ୍ୟାନେଜର- ଆଇଟି (ଡେଭେଲପର୍‌) (୦୧) – କମ୍ପ୍ୟୁଟର ସାଇନ୍ସ/ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜୀ/ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୁନିକେସନ୍‌ରେ ବି.ଇ/ବି.ଟେକ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଡେପୁଟି ମ୍ୟାନେଜର ରାଜଭାଷା (୦୨) – ସ୍ଵାକୃତୀପ୍ରାପ୍ତ ୟୁନିଭର୍ସିଟିରୁ ହିନ୍ଦୀ କିମ୍ବା ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଡିଗ୍ରୀ ଲେଭେଲ୍‌ରେ ଇଂରାଜୀ/ହିନ୍ଦୀ ଭାଷାରେ ପରୀକ୍ଷା ଦେଇଥିବେ କିମ୍ବା ଅନ୍ୟ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ହିନ୍ଦୀ/ଇଂରାଜୀ ବିଷୟ ପଢ଼ିଥିବେ।
  • ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌- (ସେକ୍ରେଟେରିଆଲ୍‌ ଫଂସନ୍‌) – (୦୪) – ଯେକୌଣସି ସ୍ଵୀକୃତିପ୍ରାପ୍ତ ୟୁନିଭର୍ସିଟିରୁ ୫୦% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଆଇଟି ଅଫିସର୍‌ (୦୩) – କମ୍ପ୍ୟୁଟର ସାଇନ୍ସରେ ୫୦% ସହ ବି.ଇ/ବି.ଟେକ୍‌/ଏମ୍‌.ଟେକ୍‌ କରିଥିବେ ବା ଏମ୍‌ସିଏ କରିଥିବେ।

ବୟସ ସୀମା:

  • ଡେପୁଟି ମ୍ୟାନେଜର- ୨୦୨୦ ଫେବ୍ରୁଆରି ୧ ସୁଦ୍ଧା ୨୭ ବର୍ଷରୁ କମ୍‌ ବୟସ୍କ
  • ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌- ୨୦୨୦ ଫେବ୍ରୁଆରି ୧ ସୁଦ୍ଧା ୨୭ ବର୍ଷରୁ କମ୍‌ ବୟସ୍କ
  • ଆଇଟି ଅଫିସର୍‌- ୨୦୨୦ ଫେବ୍ରୁଆରି ୧ ସୁଦ୍ଧା ୩୫ ବର୍ଷରୁ କମ୍‌ ବୟସ୍କ
  • ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି।

ଦରମା:

  • ଡେପୁଟି ମ୍ୟାନେଜର- ୨୩,୭୦୦ରୁ ୪୨,୦୨୦ ଟଙ୍କା
  • ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌- ୨୩,୭୦୦ରୁ ୪୨,୦୨୦ ଟଙ୍କା
  • ଆଇଟି ଅଫିସର୍‌- ୧୪,୦୦,୦୦୦ ଟଙ୍କା (ବାର୍ଷିକ)

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ନିଜର ଶିକ୍ଷାଗତ ସାର୍ଟିଫିକେଟ ଏବଂ ସମସ୍ତ ଦରକାରୀ କାଗଜପତ୍ର ଦାଖଲ କରିବେ।

ଆବେଦନ ଶୁଳ୍କ:

  • ସାଧାରଣବର୍ଗ/ଇଡବ୍ଲୁଏସ୍‌/ଓବିସି- ୬୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି/ପିଡବ୍ଲୁଏସ୍‌- ୧୦୦ ଟଙ୍କା

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ eximbankindia.in ଓ୍ଵେବ୍‌ସାଇଟ୍‌ କୁ ଯାଆନ୍ତୁ।

Comment