ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଆଉ ଅଟୋରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ। ଅଟୋରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନନେବା ପାଇଁ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ଏପରି ପଦକ୍ଷେପ ନିଆଯାଇଛି। ଖୁବ ଶୀଘ୍ର ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ। ଏହାସହ ଅଟୋରୁ ଖସି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ବୁଧବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଅଟୋ ସ୍କୁ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିଲା। ଏହି ସମୟରେ ଅଟୋ ଡ୍ରାଇଭର ହଠାତ ବ୍ରେକ ମାରିଦେଇଥିଲେ। ଫଳରେ ଛାତ୍ର ଜଣକ ଅଟୋରୁ ଖସି ପଡ଼ିଥିଲା। ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲା।

Comment