ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨୪ରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣରୁ ବର୍ଷା ହେବା ବୋଲି ଆଞ୍ଚଳିକ ପାଣିବାଭ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ।

ସେହିପରି  ଫେବ୍ରୁଆରି ୨୧ରୁ ୧୩ ତାରିଖ  ପର୍ଯ୍ୟନ୍ତ ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ିପାରେ। ଭୁବନେଶ୍ୱର ଓ ଏହାର ଉତ୍ତରରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇପାରେ। କେନ୍ଦ୍ରୀୟ ଓଡ଼ିଶାରେ ୧୫ ଓ ୨୬ ତାରିଖିରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଫେବ୍ରୁଆରି ୨୭ ତାରିଖରୁ ପୁଣି ତାପମାତ୍ରା ବଢ଼ିବ ବୋଲି ଆକଳନ କରାଯାଇଛି। ଆସନ୍ତା ୪ ଦିନ ଯାଏଁ ପାଗ ଶୁଖିଲା ରହିବ।

Comment