ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ବାଳକାଟିସ୍ଥିତ କ୍ୟାପିଟାଲ୍‌ ଆକାଡେମୀ ଅଫ୍‌ ନର୍ସିଂରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ଭାଇସ୍‌- ପ୍ରିନ୍ସିପାଲ୍‌: (ଗୋଟିଏ ପଦବୀ)

ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୧୦ରୁ ୧୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ପ୍ରଫେସର୍‌: (୨ଟି ପଦବୀ)

ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୭ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆସୋସିଏଟ୍‌ ପ୍ରଫେସର୍‌: (୨ଟି ପଦବୀ)

ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୫ରୁ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆସିଷ୍ଟାଣ୍ଟ ପ୍ରଫେସର୍‌: (୩ଟି ପଦବୀ)

ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୩ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଟ୍ୟୁଟର୍‌/ସି.ଆଇ ଇନ୍‌ଷ୍ଟ୍ରକ୍ଟର୍‌: (୧୦ଟି ପଦବୀ)

ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଫେବ୍ରୁଆରି ୨୫ ତାରିଖ ପୂର୍ବରୁ ନିଜର ବାୟୋଡାଟା canbbsr@gmail.comକୁ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି। ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ସିଟି ଅଫିସ୍‌- ପ୍ଲଟ୍‌ ନଂ- ୨୦୯, ଖାରବେଳ ନଗର, ୟୁନିଟ୍‌-୩, ଭୁବନେଶ୍ଵର-୭୫୧୦୦୧

କ୍ୟାମ୍ପସ୍‌- ପ୍ଲଟ୍‌ ନଂ- ୮୫୩, ପୁରୁଣା ପ୍ରଧାନ, ବାଳକାଟି, ଭୁବନେଶ୍ଵର-୭୫୨୧୦୦

ଓ୍ଵେବ୍‌ସାଇଟ୍‌- canodisha.org

Comment