ଓଡ଼ିଶାଲାଇଭ୍ ବ୍ୟୁରୋ

ମହାଶିବରାତ୍ରୀରେ ଘଟିଲା ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଥିବା ଜଟିଆ ପାହାଡ଼ରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଖସିଛି ପଥର। ଏଥିରେ ପ୍ରାୟ ୧୭ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଶୁକ୍ରବାର ମହାଶିବରାତ୍ରୀ ଅବସରରେ ବୀରମିତ୍ରପୁରର ଜଟିଆ ପାହାଡରେ ଥିବା ଶୈବପୀଠକୁ ଲୋକମାନେ ଦର୍ଶନ ପାଇଁ ଯାଉଥିଲେ।  ସମୟ ପ୍ରାୟ ୧୧.୩୦ଟାରୁ ୧୨ଟା ମଧ୍ୟରେ ପାହାଡରୁ ପଥର ଖସିଥିଲା। ଏହି ପଥର ଖସିବା ଫଳରେ ଦର୍ଶନ ପାଇଁ ଯାଉଥିବା ୧୭ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ଆହତ ହୋଇଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କେହି ବି ମୃତାହତ ହୋଇନଥିବା ସୂଚନା ମିଳିଛି।

Comment