ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‌ ବିଶ୍ଵବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ପ୍ରଥମ ଥର କରି ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ଭୁବନେଶ୍ଵରର କିଟ୍‌ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ୨୧ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ଚାଲିବାକୁ ଥିବା ବେଳେ ଏଥିରେ ୧୭ଟି ଦଳ ଅଂଶଗ୍ରହଣ କରିବେ।

ଏଥି ମଧ୍ୟରୁ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଓ କଟକ ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ। ଏହାସହ ଏହାର ଉଦ୍‌ଘାଟନୀ ଉତ୍ସବ ୨୨ ତାରିଖରେ ଜବାହାର ଲାଲ୍‌ ଇଣ୍ଡୋର ଷ୍ଟାଡିୟମରେ ଅନଷ୍ଠିତ ହେବ।

ଏହି ପ୍ରତିଯୋଗିତାରେ ୨ଶହରୁ ଅଧିକ ବିଶ୍ଵବିଦ୍ୟାଳୟ, ୪ହଜାରରୁ ଅଧିକ ଖେଳାଳି ଓ ୧ହାଜରରୁ ଅଧିକ ଅଫିସିଆଲ୍‌ ଯୋଗ ଦେଉଛନ୍ତି। ଏହି କ୍ରୀଡ଼ା କିଟ୍‌ ବିଶ୍ଵବିଦ୍ୟାଳୟରେ ସଂପୂର୍ଣ୍ଣ ହେଉଥିବାରୁ ସମସ୍ତ ଖେଳାଳିଙ୍କର ରହିବା ବ୍ୟବସ୍ଥା କିଟ୍‌ ବିଶ୍ଵବିଦ୍ୟାଳୟ କରିଛି। ଖେଳାଳିଙ୍କୁ ଦୁଇଟି ଶଯ୍ୟା ବିଶିଷ୍ଟ ରୁମ୍‌ ଯୋଗା ଯିବା ସହ ସବୁଦିନ ସକାଳେ ବ୍ରେକ୍‌ଫାଷ୍ଟରେ ଫଳ ଯୋଗାଇ ଦିଆୟିବାର ବ୍ୟବସ୍ଥା ରହିଛି।

ଖେଲୋ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବବୃହତ କ୍ରୀଡ଼ା ମହୋତ୍ସବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଡ୍ରିମ୍‌ ପ୍ରୋଜେକ୍ଟ। ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଏହାସହ ଓଡ଼ିଶା ସରକାର ସବୁ ବେଳେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ବିଶ୍ଵବିଦ୍ୟାଳୟ କ୍ରୀଡ଼ାକୁ ମଧ୍ୟ ଆଗ୍ରହର ସହ ଗ୍ରହଣ କରିଛନ୍ତି। ଏହି ମେଗା ପ୍ରତିଯୋଗିତାର ଆୟୋଜନ କରି ଭାରତ କ୍ରୀଡ଼ା ଇତିହାସରେ ଓଡ଼ିଶା ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିବ ବୋଲି କହିଛନ୍ତି କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

LEAVE A REPLY

Please enter your comment!
Please enter your name here