ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତିନିର୍ଘଣ୍ଟ ହୋଇଥିଲେ ମଧ୍ୟ ୧୫ ମିନିଟ୍‌ ପୂର୍ବରୁ ମହାଦୀପ ଉଠିଥିଲା। ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ମହାଦୀପ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି। ମହାଦୀପ ଉଠିବା ବେଳେ ଭକ୍ତମାନେ ଦର୍ଶନ କରିଥିଲେ। ଲିଙ୍ଗରାଜ ମହାପ୍ରଭୁଙ୍କ ଜୟ ଜୟ ଗାନରେ ଉଛୁଳି ପଡ଼ିଥିଲା ମନ୍ଦିର ପରିବେଶ।

ପବିତ୍ର ମହାଶିରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗିଥିଲା। ମାନସିକବ୍ରତଧାରୀମାନେ ମନ୍ଦିର ନିକଟରେ ଦୀପ ଜାଳିଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Comment