ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କୁ ମାଗଣାରେ ମିଳିବ ରେଲୱେ ପ୍ଲାର୍ଟଫର୍ମ ଟିକେଟ୍। ଆପଣଙ୍କୁ ଆଉ ପୂର୍ବଭଳି ଏଥିପାଇଁ ୧୦ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏଥିପାଇଁ କେବଳ ଆପଣଙ୍କୁ ୩ ମିନିଟରେ ୩୦ ଥର ଉଠବସ ହେବାକୁ ପଡ଼ିବ।

ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏଭଳି ନୂଆ ନିୟମ ଆରମ୍ଭ କରିଛି ରେଳ ବିଭାଗ। ଏହି ଷ୍ଟେସନରେ ଗୋଟିଏ ମେସିନ୍ ଲାଗିଛି। ଯେଉଁଥିରେ ପ୍ରଥମେ ଲୋକମାନଙ୍କୁ ଠିଆ ହେବାକୁ ପଡ଼ିବ। ଏହାପରେ ଆପଣଙ୍କ ପାଖରେ ୩ ମିନିଟରେ ୩୦ ଥର ଉଠବସ୍ ହେବାର ଚ୍ୟାଲେଞ୍ଜ୍ ଆରମ୍ଭ ହେବ। ଯଦି ଆପଣ ଏହି ଚ୍ୟାଲେଞ୍ଜଟିକୁ ପୂରା କରିଦେଉଛନ୍ତି ତେବେ ଆପଣଙ୍କୁ ପ୍ଲାର୍ଟଫର୍ମ ଟିକେଟ୍ ମାଗଣାରେ ମିଳିବ।

ଲୋକମାନଙ୍କୁ ଫିଟନେସ୍ ପ୍ରତି ଆଗ୍ରହ ବଢ଼େଇବାକୁ ରେଳବିଭାଗ ପକ୍ଷରୁ ଏଭଳି ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ମଧ୍ୟ ତାଙ୍କର ଟୁଇଟର ଆକାଉଣ୍ଟରେ ଏହାର ଏକ ଭିଡ଼ିଓକୁ ସେଆର୍ କରିଛନ୍ତି। ଏହି ଭିଡ଼ିଓକୁ ଦେଖିବାକୁ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Comment