ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜବାହାର୍‌ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଉଦ୍‌ଘାଟନ ହେଲା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ। ଶୁକ୍ରବାର କିଟ୍‌ ବିଶ୍ଵବିଦ୍ୟାଳୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଉଦ୍‌ଘାଟନୀ ଉତ୍ସବ ଶେଷ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି।

ଭିଡିଓ କନଫରେନ୍ସିଂରେ ଉଦ୍‌ବୋଧନ ଦେଇ ନରେନ୍ଦ୍ର ମୋଦୀ କହିଛନ୍ତି, “ଏଭଳି ସୁନ୍ଦର ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ। ଭାରତରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଆଜିଠାରୁ ଆରମ୍ଭ ହୋଇଛି। ଏହାସହ ଆଜି ଓଡ଼ିଶା ଭାରତୀୟ କ୍ରୀଡ଼ା ଜଗତରେ ଏକ ନୂଆ ଇତିହାସ ରଚିଛି। ଏହା ଭାରତୀୟ କ୍ରୀଡ଼ା ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ। ଏହା ଦ୍ଵାରା ଖେଳାଳିମାନେ ଆଗକୁ ସୁଯୋଗ ପାଇପାରିବେ।”

ଏହାର ଉଦ୍‌ଘାଟନୀ ଉତ୍ସବରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅରୁଣ ସାହୁ, ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ପ୍ରତିଯୋଗିତାରେ ୨ଶହରୁ ଅଧିକ ବିଶ୍ଵବିଦ୍ୟାଳୟ ଓ ୪ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। କିଟ୍‌ ବିଶ୍ଵବିଦ୍ୟାଳୟ ପକ୍ଷରୁ ଖେଳାଳିମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହି ପ୍ରତିଯୋଗିତା ମାର୍ଚ୍ଚ ୧ ତାରିଖ ଯାଏଁ ଚାଲିବ।

Comment