ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲିରେ ନରହନ୍ତା ଦନ୍ତାର ଉତ୍ପାତ ଜାରି ରହିଛି। ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ସଁପୁର ପଞ୍ଚାୟତ ରାଜତଇରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆଜି ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାସହ ୫ ଜଣ ଆହତ ହୋଇଛନ୍ତି।

ପୁରୀ ଜିଲ୍ଲା ପିପିଲି ବ୍ଲକରେ ବଣୁଆ ହାତୀ ଆକ୍ରମଣରେ ଆଜି ସକାଳେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣା ପରେ ହାତୀକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଛି।

ମୃତକମାନେ ହେଲେ ଚନ୍ଦ୍ରଦେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷିୟ ମକର ପଲେଇ, ବଳଙ୍ଗା ଥାନା ଗୋପୀନାଥପୁରର ଯୁହଳ କିଶୋର ଭଟ୍ଟ ଓ ରାଜତେଇ ଗାଁର ଚୈତନ୍ୟ ସାହୁ।

LEAVE A REPLY

Please enter your comment!
Please enter your name here