ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଖଇରଛଟା ଗାଁରେ ପାଳ ଗଦାରେ ନିଅଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ମଧ୍ୟ ଜଣାଇଛନ୍ତି। ଏହାସହ ମୃତ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ଘୋଷଣା କରିଥିବା ବେଳେ ଆହତ ଶିଶୁର ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ସକାଳେ ଖଇରଛଟା ଗାଁ ଇତିଶ୍ରୀ ଜେନା, ସାଇରାମ ଜେନା, ଦୀପକ ଗୌଡ଼, ଆଲୋକ ଜେନା ନାମକ ୪ ଜଣ ଶିଶୁ ଏକ ପାଳଗଦା ନିକଟରେ ଖେଳୁଥିଲେ। ସେମାନେ ଖେଳୁଖେଳୁ ଚୁଲି କରି ସେଥିରେ ନିଆଁ ଲଗାଇଥିଲେ। ସେହି ନିଆଁ ପାଳ ଗଦାରେ ଲାଗିଯାଇଥିଲା, ଯାହାଫଳରେ ଶିଶୁମାନେ ସେହି ନିଆଁରେ ଜଳି ଯାଇଥିଲେ।

ଗାଁ ଲୋକ ସେମାନଙ୍କୁ ଉଦ୍ଧାର କରି ପୋଲସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି।

Comment