ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳ ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ କେରେଡ଼ି ଗ୍ରାମ ପଞ୍ଚାୟତରେ ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟାଣ୍ଟ୍‌ ଏବଂ ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ସୁଦ୍ଧା ଆବେଦନ କରିପାରିବେ।

ପ୍ରୋଗ୍ରାମ ମ୍ୟାନେଜର: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।
  • ଦରମା- ୨୦,୦୦୦ ଟଙ୍କା
  • ବୟସ ସୀମା- ୪୦ ବର୍ଷ

ଆକାଉଣ୍ଟାଣ୍ଟ: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- କମର୍ସରେ ସ୍ନାତକ କରିବା ସହ ଆକାଉଣ୍ଟିଂରେ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଦରମା- ୧୨,୦୦୦ ଟଙ୍କା
  • ବୟସ ସୀମା- ୩୦ ବର୍ଷ

ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ପିଜିଡିସିଏ/ଡିସିଏ କରିଥିବେ ଏବଂ ଡାଟା ଏଣ୍ଟ୍ରୀ, ଅପ୍‌ଲୋଡିଂ, କଲେକ୍ସନ୍‌ ଆଣ୍ଡ ଭାଲିଡେସନ୍‌ରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  • ଦରମା- ୧୦,୦୦୦ ଟଙ୍କା
  • ବୟସ ସୀମା- ୩୦ ବର୍ଷ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ କନ୍ଧମାଳ ଓ୍ଵେବ୍‌ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରି ତାକୁ ପୂରଣ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ସହ ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ପଠାଇଦେବେ।

ଠିକଣା- ଦି ପ୍ରେସିଡେଣ୍ଟ, ମା’ ମଙ୍ଗଳା GPLF, କେରେଡ଼ି ଗ୍ରାମ ପଞ୍ଚାୟତ, ଏଟ୍‌/ପୋ- କେରେଡ଼ି, ଭାୟା- ଗୁମଗଡ଼, ପିନ୍‌- ୭୬୨୦୨୯, ଫୁଲବାଣୀ, କନ୍ଧମାଳ, ଓଡ଼ିଶା

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ kandhamal.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment