ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡରେ ସ୍ଵାମୀ ଲେପ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ସୋମନାଥଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍‌। ଦୀର୍ଘ ୭ବର୍ଷ ପରେ ଏହି ହତ୍ୟାକାଣ୍ଡର ଶୁଣାଣି ହୋଇଛି।

୨୦୧୩ ଜୁନ୍‌ ମାସରେ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଘଟିଥିଲା ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ନିଜ ସ୍ତ୍ରୀ ଉଷାଶ୍ରୀ ପରିଡ଼ାଙ୍କୁ ଜଘନ୍ୟ ହତ୍ୟା କରିଥିଲେ ସୋମନାଥ। ହତ୍ୟା ପରେ ମୃତଦେହକୁ ୩୦୦ ଖଣ୍ଡ କରି ଟିଫିନରେ ପୁରାଇଥିଲେ।

ପ୍ରମାଣ ନଷ୍ଟ କରିବାକୁ ସେ ଏଭଳି କାଣ୍ଡ କରିଥିଲେ। ଦେହାବଶେଷ ସହ ୨୦ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ସୋମନାଥଙ୍କ ଘରେ ଚଢ଼ାଉ କରି ୩୦୦ ଖଣ୍ଡ ହୋଇଥିବା ମୃତଦେହ, ଆରି କରତ, ୨୫ ବୋତଲ ଫିନାଇଲ ଜବତ କରିଥିଲା।

Comment