ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ରେଳ ଷ୍ଟେସନରୁ ଜବତ ହେଲା ଗଞ୍ଜେଇ। ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରୁ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୨ ଜଣକୁ ଗିରଫ କରିଛି ରେଳବାଇ ପୋଲିସ। ସେମାନଙ୍କଠାରୁ ୧ ଲକ୍ଷ ୫୨ ହଜାର ୪୦୦ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି।

ଗିରଫ ଦୁଇ ଜଣ ହେଲେ ଗଜପତି ଜିଲ୍ଲା ଲବରସିଂର କେ ଆଶିଷ କୁମାର ପାତ୍ର ଓ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁରର ବିମଲ ବସ୍ତିଆ। ଗୋଟିଏ ଟ୍ରଲି ବ୍ୟାଗ ଓ ଗୋଟିଏ ଏୟାର ବ୍ୟାଗରେ ଗଞ୍ଜେଇ ଲୁଚାଇ କରି ରଖାଯାଇ ଥିବା ଇନ୍ସପେକ୍ଟର ଦିଲ୍ଲୀପ କୁମାର ସୂଚନା ଦେଇଛନ୍ତି।

ବର୍ତ୍ତମାନ ପୋଲିସ ଦୁଇଜଣଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରୁଛି। ଗଞ୍ଜେଇ କେଉଁଠୁ କେଉଁ ଆଡକୁ ଚାଲାଣ କରାଯାଉଥିଲା ଏନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି।

Comment