ଓଡ଼ିଶାଲାଇଭ୍‌ ବ୍ୟୁରୋSamir Dash

ରାଜ୍ୟର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି। ୫୩, ୭୬୦ଟି ସ୍କୁଲରେ ବିଦ୍ୟୁତ ନାହିଁ,  ୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ,  ୩୪, ୩୯୪ଟି ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ସହିତ ଶୌଚାଳୟ ନାହିଁ, ୯୦ ସ୍କୁଲରେ କଳାପଟା ନାହିଁ, ୧୬, ୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ, ୨୪୫୧ ସ୍କୁଲରେ  ଲାଇବ୍ରେରୀ ନାହିଁ।

ବିଧାନସଭାରେ ବୁଧବାର ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ବିଜେପି ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।

ଏବେ ରାଜ୍ୟରେ ଥିବା ହାଇସ୍କୁଲଗୁଡିକ ମଧ୍ୟରୁ ୨୫୮୫ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଛି ବୋଲି ମନ୍ତ୍ରୀ କହିଛନ୍ତି।

Comment