ଓଡ଼ିଶାଲାଇଭ୍‌ ବ୍ୟୁରୋ

ରସୁଲଗଡ଼ ଓଭର ବ୍ରିଜରେ ସୃଷ୍ଟି ହୋଇଛି ଫାଟ। ବ୍ରିଜ ତଳକୁ ଝୁଲି ରହିଛି ଏକ ବିରାଟ ସ୍ଲାବ। ଫଳରେ ଲୋକେ ଭୟଭୀତ ହୋଇ ରହିଛନ୍ତି। ସେହି ରାସ୍ତା ଦେଇ ଦେଇ ଯିବା ଆସିବା ମଧ୍ୟ କରୁନାହାନ୍ତି। ଘଟଣାସ୍ଥଳରେ ପୋଲିସ ଅଧିକାରୀ ଓ ଜାତୀୟ ରାଜପଥ କର୍ମଚରୀ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।

ବ୍ରିଜ ତଳେ ମଧ୍ୟ ଟ୍ରାଫିକ ପୋଲିସ ରହି ଉକ୍ତ ସ୍ଥାନକୁ ସିଲ୍‌ କରିଛନ୍ତି। ଲୋକମାନଙ୍କୁ ସୁରକ୍ଷାରେ ଯିବା ଆସିବା ପାଇଁ ଚେତାବନୀ ଦେଉଛନ୍ତି। ଅନ୍ୟପକ୍ଷରେ ଏହାକୁ ଖୁବଶୀଘ୍ର ମରାମତି କରାଯିବ ବୋଲି ଜାତୀୟରାଜପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ଘଟଣା ରାଜଧାନୀରେ ନୂଆ ନୁହେଁ, ପୂର୍ବରୁ ମଧ୍ୟ ପଳାଶୁଣି ବ୍ରିଜ ଦବି ଯାଇଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇଥିଲେ। ଏହାସହ ଯିବା ଆସିବାରେ ମଧ୍ୟ ବାଧା ଉପୁଜିଥିଲା।

Comment