ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଗୁରୁବାର ବିଦ୍ୟୁତ୍ ପାୱାରକଟ୍ ହେବ। ମରାମତି ଜନିତ କାମ ହେତୁ ଏହି ପାୱାରକଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଗାଡ଼କଣ, ବମିଖାଲ, ଜୟଦୁର୍ଗା ନଗର, କଟକ ରୋଡ୍, ଗଙ୍ଗୁଆ ଛକ, ଗଡ଼ ମହାବୀର ରୋଡ୍, ଭୂଆସୁଣୀ ମନ୍ଦିର ପାଖ ଅଞ୍ଚଳରେ ପାୱାର କଟ୍ କରାଯିବ।

ଏଥିସହିତ କଟକ ଗ୍ରାମାଞ୍ଚଳର ଗୁରୁଡ଼ିଝାଟିଆ ଅଞ୍ଚଳରେ ମଧ୍ୟ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପାୱାରକଟ୍ କରାଯିବ।

Comment