ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାକୁ କେଉଁ ସରକାର ଅମଳରେ କେତେ ମିଳିଛି ଅନୁଦାନ? କଂଗ୍ରେସର ୫୫ ବର୍ଷ ସରକାର ଅମଳରେ ଅଧିକ ଅନୁଦାନ ମିଳିଛି ନା ବିଜେପିର ଗତ ୫ ବର୍ଷର ସରକାର ଅମଳରେ ଅଧିକ ଅନୁଦାନ ମିଳିଛି ତାର ଗୋଟି ଗୋଟି ହିସାବ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
‘‘କଂଗ୍ରେସ ଦେଶକୁ ୫୫ ବର୍ଷ ଧରି ଶାସନ କରିଛି। ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୫ ବର୍ଷ ଶାସନ କରିବା ପରେ ଦ୍ଵିତୀୟ ଥର ପାଇଁ ସରକାରକୁ ଆସିଛି। କଂଗ୍ରେସ ଶାସନ କାଳ ଭିତରେ ବିଭିନ୍ନ ରାଜ୍ୟକୁ ଯେତିକି ଅନୁଦାନ ମିଳି ନଥିଲା ବିଜେପି ଅମଳରେ ଢେର ଗୁଣ ଅଧିକ ଅନୁଦାନ ମିଳିଛି। ଓଡ଼ିଶା ମଧ୍ୟ ଏଥିରେ ଲାଭବାନ ହୋଇଛି’’, କହିଛନ୍ତି ଅମିତ ଶାହ।
ଅମିତ ଶାହ କହିଥିଲେ, ‘‘ସୋନିଆ-ମନମୋହନ ସରକାର ଅମଳରେ ତ୍ରୟୋଦ୍ଦଶ ଅର୍ଥ କମିସନ ଜରିଆରେ ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ଆସିଥିଲା। ହେଲେ ଗତ ୫ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିସନ ଜରିଆରେ ମୋଦୀ ସରକାର ଓଡ଼ିଶାକୁ ୯ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ଦେଇଛନ୍ତି।’’
ସେହିପରି ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିକାଶ ହୋଇଛି। ଟେକ୍ସଟାଇଲ ପାର୍କଠାରୁ ଆରମ୍ଭ କରି ରାସ୍ତାଘାଟର ବିକାଶ ହୋଇପାରିଛି।