ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଖଣ୍ଡଗିରି ଅଞ୍ଚଳରେ ଶିଶୁ ବିକ୍ରି ଘଟଣାରେ ଆଉ ୩ଜଣ ଗିରଫ। ଶିଶୁର ବାପା ଓ ବିକ୍ରିରେ ମଧ୍ୟସ୍ଥତା କରିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ। ଏହି ଘଟଣାରେ ୧୦ ହଜାର ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି।

ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜ ୧୯ ଦିନର ଶିଶୁକୁ ବିକି ଦେଲେ ବାପା, ମା’। ଶିଶୁକୁ କିଣିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଇନ୍‌ଫୋସିସ୍‌ରେ ଚାକିରି କରିଥିବା ପ୍ରଶାନ୍ତ ଗୋଚ୍ଛାୟତ। ପ୍ରଶାନ୍ତ ଶିଶୁଟିକୁ ୧୫ ଦିନ ନିଜ ପାଖରେ ରଖିଥିଲେ। ପରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।

ଶିଶୁର ବାପା, ମା’ଙ୍କଠାରୁ ପ୍ରଶାନ୍ତଙ୍କ ନମ୍ଵର ଆଣି ପ୍ରଶାନ୍ତଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ପରେ ମଧ୍ୟସ୍ଥିମାନଙ୍କୁ ଗିରଫ କରାଯାଇଥିଲା। ମଧ୍ୟସ୍ଥିମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପ୍ରଶାନ୍ତଙ୍କ ସାଙ୍ଗ ମାନସ ଓ ଅନ୍ୟ ଜଣେ ହେଉଛନ୍ତି ଭରତପୁର ବସ୍ତିର ଜଣେ ମହିଳା। ପରେ ସମସ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

Comment