ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟୁତ୍ ମରାମତି ଜନିତ କାମ ହେତୁ ଶୁକ୍ରବାର ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରେ ପାୱାର କଟ୍ କରାଯିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଶୁକ୍ରବାର ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଭୁବେନଶ୍ୱରର କଳ୍ପନା, ବିଶ୍ୱନାଥନଗର, ବିଜେବି ନଗର, ବଡ଼ଗଡ଼ ମେନ୍ ରୋଡ୍ ଆଦି ଅଞ୍ଚଳର ବିଦ୍ୟୁତ୍ ସେବା ବନ୍ଦ ରହିବ।

ସେହିପରି କଟକର ମହାଲକ୍ଷ୍ମୀପୁର, ଗୋପୀନାଥପୁର ଅଞ୍ଚଳରେ ମଧ୍ୟ ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ।

Comment