ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଆଉ ୫ଟି ବିଭାଗ ‘ମୋ ସରକାର’ ଅଧୀନକୁ ଆସିଲା। ଶନିବାର ଏନେଇ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପୂର୍ବରୁ ‘ମୋ ସରକାର’ରେ ୧୨ଟି ବିଭାଗ ସାମିଲ ହୋଇଥିଲା। ଏବେ ଆଉ ୫ଟି ବିଭାଗ ସାମିଲ ହେବା ଦ୍ୱାରା ଏହି ସଂଖ୍ୟା ୧୭ରେ ପହଞ୍ଚିଛି। ନୂଆ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରତିଟି ସାଧାରଣ ଲୋକ ନିଜକୁ ସଶକ୍ତ ଭାବିବା ଉଚିତ୍। ଗଣତନ୍ତ୍ରରେ ସାଧାରଣ ଲୋକ ହିଁ ମୂରବୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


















