ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ହୋଲିରେ ରୁହନ୍ତୁ ସତର୍କ। ଚାଇନା ରଙ୍ଗଠାରୁ ଦୂରେଇ ରହିବାକୁ କରାଯାଉଛି ସତର୍କ। କାରଣ ଏହି ଚାଇନା ରଙ୍ଗ ଆଣିପାରେ ମାରାତ୍ମକ କୋରୋନା ଭାଇରସ୍। ହୋଲି ପର୍ବରେ ଚାଇନାର ରଙ୍ଗକୁ ଏଡ଼ାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ଏ ବାବଦରେ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଲୋକଙ୍କୁ ହୋଲିରେ ଚାଇନାର ରଙ୍ଗ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଭାଇରାଲ୍ ମେସେଜରେ ଚାଇନା ରଙ୍ଗ ଏବଂ ଗୁଲାଲ୍ ମାଧ୍ୟମରେ କରୋନା ଭାଇରସ୍ ବ୍ୟାପିବାର ବିପଦ ଥିବା କୁହାଯାଉଛି। ଚୀନରେ ବ୍ୟାପୁଥିବା କରୋନା ପାଇଁ ସାରା ବିଶ୍ୱରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଚୀନରୁ ଆସୁଥିବା ସମସ୍ତ ଲୋକ ଆଉ ସବୁ ପ୍ରକାର ସାମଗ୍ରୀ ଉପରେ କଣକଣା ଜାରି କରାଯାଇଛି।
ପ୍ରତ୍ୟେକ ବର୍ଷ ହୋଲି ପୂର୍ବରୁ ଲୋକଙ୍କୁ ସାବଧାନତାର ସହ ହୋଲି ଖେଳିବାକୁ ସତର୍କ କରାଯାଏ। ହୋଲି ଖେଳିବା ବେଳେ ଆଖିରୁ ଏହାକୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଏ। ହେଲେ ଏଥର ଚାଇନା ରଙ୍ଗଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
















