ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା। ଏହାସହ ଏପ୍ରିଲ ୧ ତାରିଖରୁ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଏହି ବୈଠକରେ ମହାପ୍ରସାଦ କିପରି ଶୀଘ୍ର ବାହାରିବ ଓ ଦୋଳ ପୂର୍ଣ୍ଣିମା ପାଇଁ ନୀତିନିର୍ଘଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ହୋଇଥିବା କାର୍ଯ୍ୟଗୁଡ଼ିକ ଖୁବ୍‌ କାର୍ଯ୍ୟକାରୀ ମଧ୍ୟ କରାଯିବ ବୋଲି କୁହାଯାଇଛି।

ଶ୍ରୀମନ୍ଦିରକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ଦିଗରେ କାର୍ଯ୍ୟକରୁଛି। ମନ୍ଦିର ସ୍ଵଚ୍ଛତାକୁ ଗରୁତ୍ଵ ଦେଇ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comment