ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ପୁଣି ଗୁଳିମାଡ଼। ଚନ୍ଦକା ଥାନା ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ହୋଇଛି। ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ପାଟିତୁଣ୍ଡ ହେବାରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚନ୍ଦକା ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ୩ ଜଣ ଯୁବକ ଖାଇବା ପାଇଁ ଯାଇଥିଲେ। ପରେ ଯୁବକମାନେ ରେଷ୍ଟୁରାଣ୍ଟ ଭିତରେ ମଦ ପିଇଥିଲେ। ଏହାକୁ ରେଷ୍ଟୁରାଣ୍ଟ କର୍ମଚାରୀ ବାରଣ କରିଥିଲେ। ସେଥିପାଇଁ ଯୁବକମାନେ ପାଟିତୁଣ୍ଟ କରିଥିଲେ। ଝଗଡ଼ା ବଢ଼ିବାରୁ ଯୁବକମାନେ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ଆହତ ହୋଇଛନ୍ତି।

କିଛିଦିନ ତଳେ ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ ଗୁଳିମାଡ଼ ହୋଇଥିଲା। ଜଣେ ଯୁବତୀ ଏଥିରେ ଆହତ ହୋଇଥିଲେ। ନିଜ ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିବା ବେଳେ ଏହି ଗୁଲିକାଣ୍ଡ ହୋଇଥିଲା।

Comment