ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ବୁଲିବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବୁଧବାର ସେ ଉତ୍ତର-ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲି ସେଠାକାର ହିଂସା ପ୍ରଭାବିତ ଲୋକମାନଙ୍କର ଅବସ୍ଥା ସମ୍ପର୍କରେ ପଚାରି ବୁଝିବେ।

ଅପରାହଣରେ ରାହୁଲ ଦିଲ୍ଲୀର କେରଳ ହାଉସରେ ବସ ଯୋଗେ ଉତ୍ତର-ପୂର୍ବ ଦିଲ୍ଲୀକୁ ଯିବେ। ସେଠାରେ ଯାଇ ରାହୁଲ ସେଠାକାର ପରିସ୍ଥିତି ସମ୍ପର୍କରେ ପଚାରି ବୁଝିବେ। କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଏହି ଗସ୍ତରେ ରାହୁଲଙ୍କ ସହିତ ରହିବେ ବୋଲି ସୂଚନା ମିଳିଛି।ଗତ ଫେବ୍ରୁଆରି ୨୪ ତାରିଖରେ ସିଏଏକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ପଥରମାଡ଼ ଓ ଗୁଳିମାଡ଼ ହେବା ଭଳି ଘଟଣା ସାମନାକୁ ଆସିଥିଲା। ଏହି ହିଂସାକାଣ୍ଡରେ ଦିଲ୍ଲୀର ଅନେକ ଗୃହ, ଦୋକାନ, ଗାଡ଼ିମୋଟର ପୋଡ଼ି ଯାଇଥିଲା। ବର୍ତ୍ତମାନ ସେହି ଅଞ୍ଚଳରେ ଲୋକମାନେ ନିଜର ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପଟେ କଂଗ୍ରେସ ଦଳ ଏହି ହିଂସାକାଣ୍ଡକୁ ନେଇ ବିଜେପି ଓ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛି। ଦିଲ୍ଲୀ ହିଂସାକାଣ୍ଡ ପଛରେ ଏହି ଦୁଇ ଦଳର ହାତ ରହିଛି ବୋଲି କଂଗ୍ରେସ ଅଭିଯୋଗ କରୁଛି।

Comment