ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆସନ୍ତା ମାର୍ଚ୍ଚ ୫ ଓ ୬ ତାରିଖରେ ବିଦ୍ୟୁତଜନିତ କାମ ହେତୁ ପାୱାର କଟ୍ ହେବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରର ଗଙ୍ଗୁଆ ଛକ, ଗଡ଼ ମହାବୀର ରୋଡ୍, ଭୂଆସୁଣୀ ମନ୍ଦିର ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।

ସେହିପରି ମାର୍ଚ୍ଚ ୬ ତାରିଖରେ ଚିନ୍ତାମଣୀଶ୍ୱର, କଟକ ରୋଡ୍, କଳ୍ପନ ଫ୍ଲାଟ୍, ବିଶ୍ୱନାଥନଗର, ବିଜେବି ନଗର, ବଡ଼ଗଡ଼ ଆଦି ଅଞ୍ଚଳରେ ସକାଳ ୯ଟାରୁ ଦିନ ୫ଟା ଯାଏଁ ବିଦ୍ୟୁତ୍ ସେବା ବନ୍ଦ ରହିବ।

Comment