ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେଲେ ପୂର୍ବତନ ଭାରତୀୟ ସ୍ପିନ ବୋଲର ସୁନୀଲ ଯୋଶୀ। ବୁଧବାର ବିସିସିଆଇ କ୍ରିକେଟ୍ ପରାମର୍ଶଦାତା କମିଟି ସୁନୀଲଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ବାଛିଚି।

ଏଥିସହିତ କମିଟି ପୂର୍ବତନ ଭାରତୀୟ ପେସ୍ ବୋଲର ହରବିନ୍ଦର ସିଂହକୁ ମଧ୍ୟ ଚୟନକର୍ତ୍ତା ଭାବେ ବାଛିଚି। ଏହି ଦୁଇଜଣ ପୂର୍ବତନ ଭାରତୀୟ ଖେଳାଳି ଏଣିକି ବିସିସିଆଇ ପାଇଁ ଚୟନକର୍ତ୍ତାର ଭାର ସମ୍ଭାଳିବେ। ପୂର୍ବରୁ ଏହି ପଦରେ ଏମ୍ ଏସ କେ ପ୍ରସାଦ ଓ ଗଗନ ଖୋଡ଼ା ରହିଥିଲେ। ତାଙ୍କ ବଦଳରେ ତିନି ଜଣିଆ କ୍ରିକେଟ୍ ପରାମର୍ଶଦାତା କମିଟି ଏହି ଦୁଇ ଜଣ ନୂଆ ଚୟନକର୍ତ୍ତାଙ୍କୁ ବାଛିଚି।

ସୁନିଲ ଜୋଶୀ ୧୯୯୬ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ୍ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୧୫ଟି ଟେଷ୍ଟ ଓ ୬୯ଟି ଦିନିକିଆ ମ୍ୟାଚରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ଟେଷ୍ଟରେ ସେ ୩୫.୮୫ ହାରରେ ୪୧ଟି ୱିକେଟ ଓ ଦିନିକିଆରେ ୩୬.୩୬ ହାରରେ ୬୯ଟି ୱିକେଟ ନେଇଛନ୍ତି।

Comment