ଓଡ଼ିଶାଲାଇଭ ବ୍ୟୁରୋ
ଭାରତରେ କୋରୋନାକୁ ନେଇ ଦେଶରେ ଭୟର ବାତାବରଣ ରହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୨୯ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଗୁରୁବାର କୋରନା ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଆଲୋଚନା ହୋଇଛି।
“କୋରୋନାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ଭାରତ ସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି । ଜାନୁଆରୀ ୧୭ ତାରିଖରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ମେଡିକାଲରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରାଯାଉଛି “, ଗୃହରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ।
ବୁଧବାର ସୁଦ୍ଧା ଦେଶରେ ୨୯ଜଣ କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଭାରତରେ ୨୮ହଜାର ୫୨୯ଜଣଙ୍କୁ କମ୍ୟୁନିଟି ସର୍ଭେଲାନ୍ସରେ ରଖାଯାଇଛି। ସମସ୍ତ ବିମାନ ବନ୍ଦରରେ ଯାତ୍ରୀଙ୍କ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। କୋରନା ମୁକାବିଲା ପାଇଁ ବୈଦେଶିକ, ସ୍ୱାସ୍ଥ୍ୟ, ଗୃହମନ୍ତ୍ରୀଙ୍କୁ ନେଇ କମିଟି ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନିଜେ ସମସ୍ତ ସ୍ଥିତିର ସମୀକ୍ଷା କରୁଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।