ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଖାକିରେ ଲାଗିଲା କଳଙ୍କ। ଦୁଷ୍କର୍ମ ଅଭିଯୋଗ ପରେ ଗିରଫ ହେଲେ ହାବିଲଦାର। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ। ହାବିଲଦାର ଜଣକ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ବିଜୟ ସେଠୀ ବୋଲି ଜଣାପଡ଼ିଛି। ବିଜୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ।

ବିଜୟ ନିଜ ସମ୍ପର୍କୀୟ ଝିଆରୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା ଝିଆରୀଙ୍କ ପରିବାର ଲୋକ। ପରେ ପୋଲିସ ବିଜୟକୁ ଗିରଫ କରି ପଚରା ଉଚରା କରୁଛି।

ପୂର୍ବରୁ ମଧ୍ୟ ପୁରୀ ଓ କେନ୍ଦ୍ରାପଡ଼ାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ଦୁଷ୍କର୍ମ ଅଭିଯୋଗରେ ପୁରୀରେ ଜଣେ କନଷ୍ଟେବଳ ଗିରଫ ହୋଇଥିଲା ବେଳେ ଅନ୍ୟ ଏକ ଘଟଣାରେ ଏଏସ୍‌ଆଇ ଗିରଫ ହୋଇଥିଲେ। ସେହିପରି କେନ୍ଦ୍ରାପଡ଼ାର ଏକ ଦୁଷ୍କର୍ମ ଘଟଣାରେ ଜଣେ ପୋଲିସ କନଷ୍ଟେବଳ ଥିବା ଜଣାପଡ଼ିଥିଲା।

Comment