ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସହର ଗୁରୁଣ୍ଠି ଥାନା ଅନ୍ତର୍ଗତ ଶ୍ରୀରାଙ୍ଗରାଜପୁର ଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍କୁଲ ସମୟରେ ଶୋଇବା ଘଟଣା ନୂଆ ମୋଡ଼ ନେଇଛି। ଭିଡିଓ କରିଥିବା ଯୁବକଙ୍କ ନାଁରେ ସଂଘାତିକ ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ। ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିବା ସହ ଲାଞ୍ଚ ମାଗୁଥିବା ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ ଶିକ୍ଷୟିତ୍ରୀ ଜଣକ ଭିଡିଓ କରିଥିବା ଯୁବକ କେ.ଚନ୍ଦ୍ରଶେଖରଙ୍କ ନାଁରେ ସଦର ଥାନାରେ ଏତଲା ଦେଇଛନ୍ତି। ପରେ ପୋଲିସ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି। ଏନେଇ ଆଗକୁ ତଦନ୍ତ କରାଯିବ ବୋଲି ପୋଲିସ କହିଛି।

ମାର୍ଚ୍ଚ ୩ ତାରିଖରେ ଗୁରୁଣ୍ଠି ଥାନା ଅନ୍ତର୍ଗତ ଶ୍ରୀରାଙ୍ଗରାଜପୁର ଗାଁ ପ୍ରାଥମିକ ବିଦ୍ୟାଳୟ ଚାଲିଥିବା ବେଳେ ଶିକ୍ଷୟିତ୍ରୀ ଜଣକ ଗୋଦାମ ଘରେ ଶୋଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଥିଲେ।

Comment