ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ ଡାକରା ଦେଇଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି। ଚିନିକଳକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଇବା ଓ ଚିନିକଳ ଶ୍ରମିକ, କର୍ମଚାରୀ ଓ ଚାଷୀଙ୍କ ବକେୟା ରାଶି ଫେରାଇବା ଦାବିରେ ଏହି ବନ୍ଦ ପାଳନ କରୁଛି ଚିନିକଳ କ୍ରିୟାନୁଷ୍ଠାନ କମିଟି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ତେବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ରେଳରୋକ ହୋଇଛି। ଏହି ବନ୍ଦ ପାଳନ ଫଳରେ ଜିଲ୍ଲାର ସଡ଼କପଥ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ଠପ୍‌ ହୋଇଛି।

Comment